Author: Anasuya Das

୧୭ରେ ହେବ ଜନଶୁଣାଣି ରାଜ୍ୟ ସରକାର ବନ୍ଦରଭିତ୍ତିକ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେଉଥିବାରୁ ବଙ୍ଗୋପସାଗରରେ ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ବନ୍ଦର ତିଆରି କାର୍ଯ୍ୟ ହେବାକୁ ଯାଉଛି। ୨୦୦୮ ମସିହାରେ ମଞ୍ଜୁର ହୋଇଥିବା ବାଲେଶ୍ୱର ଜିଲ୍ଲାର ଚୌମୁଖ ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀ ମୁହାଣରେ ପ୍ରସ୍ତାବିତ ବହୁମୁଖୀ ବନ୍ଦର ଜମି ଅଧିଗ୍ରହଣରେ ବାଧା, ବନ୍ଦରକୁ ସଂଯୋଗ ବିଚ୍ଛିନ୍ନ ହେବା ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ପ୍ରଥମେ ଅଟକି ରହିଥିଲା।  ଅକ୍ଟୋବର ମାସରେ ବାତ୍ୟା ‘ଦାନା’ କାରଣରୁ ସ୍ଥଗିତ ରଖାଯାଇଥିବା ଚୂଡ଼ାନ୍ତ ଜନଶୁଣାଣି ଆସନ୍ତା ୧୭ ତାରିଖରେ ଡଗରାଠାରେ ହେବାକୁ ଯାଉଛି। ଜନଶୁଣାଣି ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଥିବାରୁ ବୈଠକର ସକାରାତ୍ମକ ଫଳାଫଳ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଓ ବନ୍ଦର ଅଧିକାରୀମାନେ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି। ୬୯୨.୬୮ ଏକର ସରକାରୀ ଜମିକୁ ମିଶାଇ ୧୧୦୫ ଏକରରୁ ଅଧିକ କ୍ଷେତ୍ରରେ ଏହି ପ୍ରକଳ୍ପ ନିର୍ମାଣ…

Read More