Author: Anasuya Das

RBI: ବ୍ୟାଙ୍କଗୁଡିକୁ ସେମାନଙ୍କର ନିଜସ୍ୱ ଦାୟିତ୍ୱ ପରିଚାଳନା ନୀତି ଆଧାରରେ ଏହି ଆକାଉଣ୍ଟଗୁଡିକ ପାଇଁ ନିୟମ ସ୍ଥିର କରିବାର ନମନୀୟତା ଦିଆଯାଇଛି । ଏଥିରେ ଏଭଳି ଆକାଉଣ୍ଟରେ କେତେ ଟଙ୍କା ରଖାଯାଇପାରିବ ତାହାର ସୀମା ନିର୍ଦ୍ଧାରଣ କରିବା ଏବଂ ସର୍ତ୍ତାବଳୀ ଉପରେ ନିଷ୍ପତ୍ତି ନେବା ଅନ୍ତର୍ଭୁକ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ନିୟମ ଘୋଷଣା କରିଛି। ଯେଉଁଥିରେ ୧୦ ବର୍ଷରୁ ଅଧିକ ବୟସର ପିଲାମାନେ ସ୍ୱାଧୀନ ଭାବରେ ନିଜର ସଞ୍ଚୟ କିମ୍ବା ମିଆଦୀ ଜମା ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ ଏବଂ ପରିଚାଳନା କରିପାରିବେ । ପ୍ରାଥମିକ (ସହରାଞ୍ଚଳ) ସମବାୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମେତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଉପରେ ଏହି ନିୟମ ଲାଗୁ ହେବ। କେନ୍ଦ୍ରୀୟ ବ୍ୟାଙ୍କ ସୋମବାର ଏକ ସର୍କୁଲାର ଜାରି କରି ଅଦ୍ୟତନ ନିୟମ ବିଷୟରେ ବର୍ଣ୍ଣନା କରିଛି। ବହୁ ବର୍ଷ…

Read More