Author: TRUPTIMAYEE SAHOO

ଭାରତକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର କୁହାଯାଏ । କିନ୍ତୁ ଏହି ଗଣତନ୍ତ୍ରରେ ଜଣେ ଭାରତୀୟ ଭୋଟରଙ୍କ ସ୍ୱର ଜଣେ ପାକିସ୍ତାନୀ କିମ୍ବା ବାଂଲାଦେଶୀ ଭୋଟରଙ୍କ ତୁଳନାରେ ଯଥେଷ୍ଟ ଦୁର୍ବଳ । ଏହା କୌଣସି ରାଜନୈତିକ ଭାଷଣ ନୁହେଁ, ବରଂ ଗାଣିତିକ ସତ୍ୟ । ସଂସଦରେ ଜଣେ ପ୍ରତିନିଧି କେତେ ଜଣ ଜନସାଧାରଣଙ୍କ ସ୍ୱରକୁ ବହନ କରୁଛନ୍ତି, ତାହାହିଁ ସ୍ଥିର କରେ ସେହି ଦେଶର ଗଣତାନ୍ତ୍ରିକ ଶକ୍ତି । ଦୁର୍ଭାଗ୍ୟବଶତଃ, ଭାରତରେ ଏହି ସନ୍ତୁଳନ ବିଗତ ୫୦ ବର୍ଷ ଧରି ଏକ ‘ସାମ୍ବିଧାନିକ ଫ୍ରିଜ୍’ ମଧ୍ୟରେ ବନ୍ଦୀ ହୋଇ ରହିଛି। ବିଶ୍ୱ ମାନଚିତ୍ରରେ ଭାରତୀୟ ସାଂସଦ: ବୋଝ ଅଧିକ, ସମୟ କମ୍ ବିଶ୍ୱର ବିଭିନ୍ନ ଗଣତାନ୍ତ୍ରିକ ଦେଶକୁ ଯଦି ଆମେ ଦେଖିବା, ତେବେ ଭାରତୀୟ ସାଂସଦଙ୍କ ଉପରେ ରହିଥିବା ଜନସଂଖ୍ୟା ଚାପ ସବୁଠାରୁ ଅଧିକ । ବ୍ରିଟେନରେ ଜଣେ ସାଂସଦ ମାତ୍ର ୧ ଲକ୍ଷ ଲୋକଙ୍କ କଥା ବୁଝୁଥିବାବେଳେ, ଭାରତରେ ଜଣେ ସାଂସଦ…

Read More