Author: TRUPTIMAYEE SAHOO

ଦକ୍ଷିଣ ଏସିଆର ଭୂ-ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ପ ଆସିବାକୁ ଯାଉଛି କି? ପାକିସ୍ତାନର ସ୍ଥିତି ଯେଉଁଭଳି ଭାବେ ଦୋହଲିବାରେ ଲାଗିଛି, ତାହା ବିଶ୍ୱର ବଡ଼ ବଡ଼ ଗୁପ୍ତଚର ସଂସ୍ଥାଗୁଡ଼ିକର ନିଦ ହଜାଇ ଦେଇଛି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଏନଏସଜି କମାଣ୍ଡୋ ତଥା ସୁରକ୍ଷା ବିଶେଷଜ୍ଞ ଲକି ବିଷ୍ଟଙ୍କ ଏକ ସାଂଘାତିକ ଦାବି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଲକିଙ୍କ ମତରେ, ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଉପରୁ ନିୟନ୍ତ୍ରଣ ହରାଇବାକୁ ଯାଉଛି ଏବଂ ଏହାର ରିମୋଟ୍ କଣ୍ଟ୍ରୋଲ ଏବେ ଆମେରିକା ହାତକୁ ଯାଇପାରେ ! ଜେନେରାଲ ଆସିମ ମୁନୀର: ଆମେରିକାର ନୂଆ ‘ପାୱାର ସେଣ୍ଟର’? ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ଶକ୍ତି ଆଜି ପାକିସ୍ତାନର କୌଣସି ନିର୍ବାଚିତ ସରକାର କିମ୍ବା ସମ୍ବିଧାନଠାରୁ ମଧ୍ୟ ଅଧିକ। ଲକି ବିଷ୍ଟଙ୍କ ବିଶ୍ଳେଷଣ ଅନୁସାରେ, ଏହା କୌଣସି ସଂଯୋଗ ନୁହେଁ, ବରଂ ଆମେରିକାର ଏକ ସୁଚିନ୍ତିତ ଚାଲ୍।…

Read More