Author: TRUPTIMAYEE SAHOO

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝର। ଯେଉଁ ମାଟିରୁ ଜଣେ ଜନପ୍ରତିନିଧି ରାଜ୍ୟର ସର୍ବୋଚ୍ଚ ଆସନରେ ବସିଛନ୍ତି, ସେହି ମାଟିର ଏକ ନିପଟ ମଫସଲ ଗାଁ ‘ମଲ୍ଲୀପଶି’ରୁ ଆସିଥିବା ଚିତ୍ରଟି ସଭ୍ୟ ସମାଜକୁ ଆଜି ଲଜ୍ଜିତ କରିଛି । ଏହା କେବଳ ଏକ ଘଟଣା ନୁହେଁ, ବରଂ ଆମ ପ୍ରଶାସନିକ ବ୍ୟବସ୍ଥା, ବ୍ୟାଙ୍କିଙ୍ଗ୍ ନିୟମ ଏବଂ ମାନବିକତାର ସାମୂହିକ ବିଫଳତାର ଏକ ଜ୍ୱଳନ୍ତ ଉଦାହରଣ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା। ଜଣେ ଗରିବ, ଅଶିକ୍ଷିତ ଏବଂ ଅସହାୟ ବ୍ୟକ୍ତି। ଦୁଇ ମାସ ତଳେ ତାଙ୍କ ଭଉଣୀ କାଲରା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଭଉଣୀର ସଞ୍ଚିତ ସ୍ୱଳ୍ପ ପୁଞ୍ଜି ୧୯,୩୦୦ ଟଙ୍କା ବ୍ୟାଙ୍କରେ ଥିଲା । ଏହି ଟଙ୍କା ଜିତୁଙ୍କ ପାଇଁ ହୁଏତ ବହୁତ ବଡ଼ ସମ୍ବଳ ଥିଲା। କିନ୍ତୁ ସେ ଜାଣି ନଥିଲେ ଯେ, ସେହି ଟଙ୍କା ଉଠାଇବା ପାଇଁ…

Read More