Author: TRUPTIMAYEE SAHOO

ତୁର୍କୀରେ ଗିରଫ ହେବା ପରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ପ୍ରମୁଖ ସହଯୋଗୀ ଏବଂ ୫,୦୦୦ କୋଟି ଟଙ୍କାର ବିଶ୍ୱ ଡ୍ରଗ୍ କାର୍ଟେଲର ମାଷ୍ଟରମାଇଣ୍ଡ ସଲିମ୍ ଇସମାଇଲ୍ ଡୋଲାକୁ ଭାରତ ଅଣାଯାଇଛି । ଇସ୍ତାନବୁଲରେ ଗିରଫ ହେବା ପରେ ଡୋଲାକୁ ଭାରତ ପ୍ରତ୍ୟାବର୍ତ୍ତନ କରାଯାଇଥିଲା । ତୁର୍କୀ ଏବଂ ୟୁଏଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୂଟନୈତିକ ସମନ୍ୱୟ ପରେ, ଡୋଲାକୁ ମଙ୍ଗଳବାର ସକାଳେ ମୁମ୍ବାଇ ଅଣାଯାଇଥିଲା । ପହଞ୍ଚିବା ମାତ୍ରେ, ଗୁଇନ୍ଦା ଏବଂ ନାର୍କୋଟିକ୍ସ ଅଧିକାରୀଙ୍କ ଏକ ମିଳିତ ଦଳ ତାଙ୍କୁ ହେପାଜତକୁ ନେଇଥିଲା । ‘ଡୋଲା’ ଡ୍ରଗ୍ ନେଟୱାର୍କର ଏକ ପ୍ରମୁଖ ଯୋଗାଣକାରୀ ଦାଉଦର ଘନିଷ୍ଠ ସହଯୋଗୀ ସଲିମ୍ ଇସମାଇଲ୍ ଡୋଲାଙ୍କୁ ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଛି । ଭାରତୀୟ ଏଜେନ୍ସିଗୁଡ଼ିକ – ଯେପରିକି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ବର୍ତ୍ତମାନ ‘ଡି-କମ୍ପାନିର’ ସିନ୍ଥେଟିକ୍ ଡ୍ରଗ୍ ଉତ୍ପାଦନ ନେଟୱାର୍କକୁ ଭାଙ୍ଗିବା…

Read More