Author: TRUPTIMAYEE SAHOO

ନିର୍ବାଚନ କମିଶନ ଙ୍କ ଦ୍ୱାରା ଉତ୍ତର ପ୍ରଦେଶ-କ୍ୟାଡର ଆଇ.ପି.ଏସ୍. ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଦକ୍ଷିଣ ୨୪ ଜିଲ୍ଲା ପାଇଁ ନୂତନ ପୋଲିସ ପର୍ଯ୍ୟବେକ୍ଷକ ଭାବରେ ହୋଇଛନ୍ତି ନିଯୁକ୍ତ । ଏହି ଅଧିକାରୀ ଜଣେ “ଏନକାଉଣ୍ଟର ବିଶେଷଜ୍ଞ” ଭାବରେ ମଧ୍ୟ ଜଣାଶୁଣା । ବର୍ତ୍ତମାନ ତାଙ୍କୁ ନେଇ ଚମକାଇ ଦେଲା ଭଳି ଭିଡିଓଗୁଡ଼ିକ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିଛି । ଏପରି ଏକ ଭିଡିଓରେ, ସେ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ଜାହାଙ୍ଗୀରଙ୍କ ବାସଭବନକୁ ଯାଉଥିବାର ଦେଖାଯାଉଛି । ତେବେ ଏହି ଘଟଣା ପୋଲିସ ବାବୁଙ୍କୁ ଟାଣିଥିଲା ବିବାଦ ଘେରକୁ । ଆଉ ସେ ବିବାଦ ନ ସରୁଣୁ ସାମ୍ନାକୁ ଆସିଛି ଅଜୟ ପାଲ ଶର୍ମାଙ୍କ ଆଉ ଏକ ଭିଡିଓ । ଏହି “ଭିଡିଓ ବୋମା” ମହୁଆ ମୋଇତ୍ରୋଙ୍କ ଦ୍ୱାରା X ରେ ପୋଷ୍ଟ କରାଯାଇଥିଲା । ଏହି କ୍ଲିପରେ, ଆଇ.ପି.ଏସ୍. ଅଧିକାରୀ ଅଜୟଙ୍କୁ ନାଚୁଥିବା ଝିଅମାନଙ୍କ ଭିତରେ ନୃତ୍ୟ…

Read More