Author: TRUPTIMAYEE SAHOO

ସ୍ପେଡ଼େକ୍ସ ମିଶନର ସଫଳ ଉତକ୍ଷେପଣ ବିଶ୍ୱରେ ଭାରତ ହେବ ୪ର୍ଥ ୭ରେ ଇନ ସ୍ପେଶ ଡକିଂ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଇସ୍ରୋ। ଆଜି ଇସ୍ରୋ ପକ୍ଷରୁ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ରାତି ୧୦ଟା ୧୫ ସେକେଣ୍ଡରେ ପିଏସଏଲଭି-ସି୬୦ ରକେଟ୍ ସାହାଯ୍ୟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଡକିଂ ଓ ଅନ ଡକିଂ ମିଶନ ସଫଳତାର ସହ କରାଯାଇଥିବାରୁ ଚନ୍ଦ୍ରଯାନ ୪ ଓ ଗଗନଯାନ ଉତକ୍ଷେପଶ ପାଇଁ ବାଟ ଫିଟିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ। ଏହା ସ୍ପେଶ୍ ଡକିଂ ଭାବେ ଜଣାଶୁଣା। ସବୁ ଡକିଂ ଓ ଅନ ଡକିଂ ପ୍ରକ୍ରିୟା ଶେଷ ହେବା…

Read More