Author: TRUPTIMAYEE SAHOO

‘ଅପରେସନ୍ ସିନ୍ଦୁର’ ଯୋଗୁଁ ପାକିସ୍ତାନ ଏବଂ ଏହାର ଆତଙ୍କବାଦୀ ପ୍ରକ୍ସିମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପରିସ୍ଥିତି ବର୍ତ୍ତମାନ ଏମିତି ହୋଇଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇଏସ୍ଆଇ, ଭାରତୀୟ ଏବଂ ବାଲୁଚ୍ ବ୍ୟକ୍ତିବିଶେଷଙ୍କ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ ରାତି-ରାତି ନଜର ରଖିଛି । ପୂର୍ବତନ ର’ ଏଜେଣ୍ଟ ଲକି ବିଷ୍ଟ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ କହିଛନ୍ତି : “ଆପଣମାନେ ସମସ୍ତେ ମେ ୨୦୨୫ରେ ‘ଅପରେସନ୍ ସିନ୍ଦୁର’ ସମୟରେ ପାକିସ୍ତାନୀ ସେନାର ଆତଙ୍କ ଦେଖିଥିଲେ, ଯେତେବେଳେ ଡିଜି ଆଇଏସ୍ପିଆର ଅହମ୍ମଦ ସରିଫ୍ ଚୌଧୁରୀ ନିଜେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଆକାଉଣ୍ଟଗୁଡ଼ିକର ଏକ ତାଲିକା ଉପସ୍ଥାପନ କରିଥିଲେ ; ଯେପରିକି ମୀର ୟାର ବାଲୁଚ୍।” ଭାରତୀୟ ଏବଂ ବାଲୁଚ୍ ଆକାଉଣ୍ଟ ଦେଖୁଛନ୍ତି ଆଇଏସଆଇ ଗୁପ୍ତଚର ଲକି ବିଷ୍ଟ ଦାବି କରିଛନ୍ତି କି “ପାକିସ୍ତାନର ଆଇଏସଆଇର ‘ଡିଜି ଟେକ୍ନିକାଲ୍’ ୱିଙ୍ଗ ଏବଂ ଆଇଏସପିଆରର ‘ବ୍ରାଭୋ…

Read More