Author: TRUPTIMAYEE SAHOO

ପ୍ରତି ଜିଲ୍ଲାରେ ସାଇବର ଥାନା ଚାରି ଜିଲ୍ଲାରେ ହେବ ମହିଳା କୋର୍ଟ ସ୍ଥାପନ ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ ପୁଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ  ଆଗରେ ରହିବାକୁ ହେବ। କଟକରେ ୬୯ତମ ପୁଲିସ ଡ୍ୟୁଟି ମିଟ୍‌-୨୦୨୪ର ଉଦଯାପନୀ ସମାରୋହରେ ପୁଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୁଲିସ ବଳର ଆଧୁନିକୀକରଣ, ପୁଲିସ ବ୍ୟବସ୍ଥାରେ ସଂସ୍କାର, ପୁଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ ଏକ ଅର୍ଦ୍ଧ-ପ୍ରସ୍ତୁତ ପୁଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ। ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୁଲିସ୍‌ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା…

Read More