Author: TRUPTIMAYEE SAHOO

ପୁସ୍ତକ ମେଳାରେ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ ଭାଗନେଲେ ୧୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ରହିଥିଲା ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ପୁସ୍ତକ ଏବଂ ସାହିତ୍ୟ ହେଉଛି ସମାଜର ମାର୍ଗଦର୍ଶକ ଡିଜିଟାଲ ଓ ସୋସିଆଲ ମିଡ଼ିଆ ଯୁଗରେ ବି କମିନି ପୁସ୍ତକର ଚାହିଦା। ବରଂ ତୁଳନାତ୍ମକ ଭାବେ ଏହାର ଚାହିଦା ବଢିଛି। ପାଠକ ସଂଖ୍ୟା ମଧ୍ୟ ବଢୁଛନ୍ତି। ପୁସ୍ତକ ବ୍ୟବସାୟ ମଧ୍ୟ ଭଲ ହୋଇଛି। ଯାହାର ଜ୍ୱଳନ୍ତ ଉଦାହରଣ ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଦେଖିବାକୁ ମିଳିଛି। ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ବିଶିଷ୍ଟ ଅତିଥି ଭାବେ ଯୋଗ…

Read More