Author: TRUPTIMAYEE SAHOO

ସଂଗମସ୍ଥଳରେ ବୁଡ଼ ପକାଇଲେ କୋଟି କୋଟି ଶ୍ରଦ୍ଧାଳୁ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପ ବର୍ଷା ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ଆଜିଠାରୁ ଆରମ୍ଭ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍‌ଦାର୍‌ ସ୍ୱାଗତ କରିଛନ୍ତି। ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମେ ସାଧୁ ସନ୍ଥ ଓ ତା’ପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ। ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି…

Read More