Author: TRUPTIMAYEE SAHOO

ମହାକୁମ୍ଭରେ ପର୍ଯ୍ୟଟକଙ୍କ ଅନୁଭୂତି ବଢ଼ାଇବା ପାଇଁ ଭାରତ ପ୍ୟାଭିଲିୟନ ଏବଂ ଉତ୍ସର୍ଗୀକୃତ ଇନଫୋଲାଇନ ବିମାନ ଯୋଗାଯୋଗ ବଢ଼ାଇବା ନିମନ୍ତେ ଆଲାଏନ୍ସ ଏୟାରର ସହଭାଗିତା ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମହାକୁମ୍ଭ ୨୦୨୫କୁ କେବଳ ଆଧ୍ୟାତ୍ମିକ ସମାବେଶ ପାଇଁ ନୁହେଁ ବରଂ ବିଶ୍ୱ ପର୍ଯ୍ୟଟନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ମନ୍ତ୍ରଣାଳୟ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରୁଛି। ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସମାବେଶ, ଯାହା ଭାରତର ଚାରିଟି ସ୍ଥାନ ମଧ୍ୟରୁ ଗୋଟିଏରେ ପ୍ରତି ୧୨ ବର୍ଷରେ ଆୟୋଜନ କରାଯାଏ । ଜାନୁଆରି ୧୩ ରୁ ଫେବୃୟାରି ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଅର୍ଥାତ୍ ପୂର୍ଣ୍ଣ କୁମ୍ଭ ଅନୁଷ୍ଠିତ ହେଉଛି । ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ଆଶା କରାଯାଉଥିବା ଏହି…

Read More