Author: TRUPTIMAYEE SAHOO

୪ ଲକ୍ଷ କୋଟିର କାରବାର ଆକଳନ ଜିଡିପି ବଢିବ ୧% ମାନବ ଜାତିର ସର୍ବବୃହତ ଆଧ୍ୟାତ୍ମିକ ସାଂସ୍କୃତିକ ସମାବେଶ ଭାବେ ବିବେଚନା କରାଯାଉଥିବା ମହାକୁମ୍ଭ ମେଳା କେବଳ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ ନାହିଁ ବରଂ ଏହାର ଏକ ଅସାଧାରଣ ଅର୍ଥନୈତିକ ପ୍ରଭାବ ମଧ୍ୟ ରହିଛି । ସୋମବାରଠାରୁ ପ୍ରୟାଗରାଜରେ ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଙ୍ଗମସ୍ଥଳରେ ମହାକୁମ୍ଭ ଆରମ୍ଭ ହୋଇଥିବା ବେଳେ ପୃଥିବୀର ସର୍ବବୃହତ ଧାର୍ମିକ ସମାବେଶ ଭାରତର ଅର୍ଥନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବା ସହ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବାଣିଜ୍ୟ ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି । ଶିଳ୍ପ ଆକଳନ ଅନୁଯାୟୀ, ମହାକୁମ୍ଭ ଉଭୟ ନାମମାତ୍ର ଏବଂ ବାସ୍ତବ ଜିଡିପିକୁ ୧ ପ୍ରତିଶତରୁ ଅଧିକ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପ୍ରାୟ ୪୦ କୋଟି ପର୍ଯ୍ୟଟକ ଯୋଗଦେବେ…

Read More