Author: TRUPTIMAYEE SAHOO

୪୦ କୋଟିର ବଜେଟ ବ୍ୟବସ୍ଥା ୨୦୨୪ରେ ୨୨,୮୬୮ଟି ଜଙ୍ଗଲରେ ଲାଗିଥିଲା ନିଆଁ ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଛି ବନ ବିଭାଗ। ଚଳିତ ଜାନୁଆରି ପହିଲାରୁ ଆରମ୍ଭ ହୋଇ ଜୁନ୍ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଙ୍ଗଲ ନିଆଁ ଋତୁରେ ନିଆଁ ଲାଗିବା ଘଟଣାରେ ଶତ ପ୍ରତିଶତ ନିୟନ୍ତ୍ରଣ ହାସଲ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି। ବନ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ଗତବର୍ଷ ୨୨,୮୬୮ଟି ଜଙ୍ଗଲର ପଏଣ୍ଟରେ ନିଆଁ ଲାଗିଥିବା ରେକର୍ଡ କରାଯାଇଛି।  ଯାହା କି ଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ ଏବଂ ସେଥିମଧ୍ୟରୁ ୯୯.୮୬ ପ୍ରତିଶତ ନିୟନ୍ତ୍ରଣ କରାଯାଇଛି। ୨୦୨୨ ମସିହାରେ ରାଜ୍ୟରେ ୨୮,୭୫୫ ଟି ଏବଂ ୨୦୨୩ରେ ୩୬,୭୧୩ ଟି ପଏଣ୍ଟରେ ନିଆଁ ଲାଗିଥିବା ରେକର୍ଡ କରାଯାଇଥିଲା । ଯାହାର ନିୟନ୍ତୟଣ ହାର ଯଥାକ୍ରମେ ୯୧.୬୨ ପ୍ରତିଶତ ଓ ୯୮.୯୩ ପ୍ରତିଶତ ରହିଛି। ୨୦୨୪ ଜଙ୍ଗଲ ନିଆଁ ଋତୁରେ…

Read More