Author: TRUPTIMAYEE SAHOO

ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ ନୌସେନା ଦିବସରେ ହେବେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୭  ତାରିଖ ଯାଏ ସେ ଓଡ଼ିଶାରେ ରହିବେ ।  ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ  ସମୁଦ୍ର ବେଳାଭୂମିରେ ହେବାକୁ ଥିବା  ଭାରତୀୟ ନୌସେନା ଦିବସରେ  ମୁଖ୍ୟ ଅତିଥି ଭାବେ ଯୋଗଦେବେ ।   ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ  ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପ୍ଲେକ୍ସର  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ  ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ  କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି  ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି  ଅନାବରଣ କରିବେ । ସେଠାରେ ଥିବା  ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ  ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’  ପରିଦର୍ଶନ କରିବେ । ୪ ତାରିଖରେ ସେ  ପୁରୀ…

Read More