Author: TRUPTIMAYEE SAHOO

ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟିଛି ଅର୍କକ୍ଷେତ୍ର ହୋଇଛି ଜନମାନସର ଅବିଶ୍ୱସନୀୟ ବିସ୍ମୟ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କୋଣାର୍କ ଝୁରି ହୋଇଛି ତା’ର ଶିଳ୍ପୀ କୁଳଙ୍କୁ ଆଉ ତାର ଗାଥାକୁ ଲିପିବଦ୍ଧ କରିଥିବା କବି ଓ ସାହିତ୍ୟିକଙ୍କୁ।  କୋଣାର୍କ ଶିଳ୍ପୀର ନିହଣ ମୁନର କେବଳ ମାତ୍ର ଏକ ଶିଳ୍ପ କଳା ହୋଇ ରହିନାହିଁ, ହୋଇଯାଇଛି ବିଶ୍ୱର ଅଗଣିତ ଜନ ମାନସର ଏକ ଅବିଶ୍ୱସନୀୟ ବିସ୍ମୟ। ବିଶ୍ୱର ବହୁ ଭାଷାର କବି ସାହିତ୍ୟିକଙ୍କ କଲମ ମୁନର ଏକ ଅନବଦ୍ୟ ସୃଷ୍ଟି। କବିର କଳା ଓ କଳ୍ପନାରେ କୋଣାର୍କର ଗାଥା, ରୂପ, ଲାବଣ୍ୟ ଫୁଟି ଉଠିଛି । କୋଣାର୍କ ହୋଇ ଉଠିଛି ଶିଳ୍ପୀ ମାନସର “ଶିଳାପଦ୍ମ” ଆଉ ଲିପିର ଶିଳାଲେଖ । ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କର  ସ୍ଵପ୍ନର ଚଉହଦୀ ଆଉ ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟି ଯାଇଛି। କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ…

Read More