Author: TRUPTIMAYEE SAHOO

୩ରେ କମିଟି, ୧୦ରେ ପ୍ରସ୍ତୁତ ବିଲ ଜନତାଙ୍କ ଦୁଃଖ ଚୁଲିକୁ ଯାଉ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏ ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ନିଜ ଦରମା ବଢ଼ାଇବା ପାଇଁ ଆଇନ ପ୍ରଣେତାଙ୍କ ବ୍ୟାକୁଳତା। ବିଶେଷକରି ବିଧାୟକ ଓ ମନ୍ତ୍ରୀମାନେ ନିଜ ନିଜର ଦରମା ବୃଦ୍ଧି ପାଇଁ ଏତେ ତତ୍ପରତା ଦେଖାଇଛନ୍ତି ଯେ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏହି ଦରମା-ଭତ୍ତା ବୃଦ୍ଧି ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ମାସମାସ ଧରି ଦରମା ନପାଇ ରାଜରାସ୍ତାରେ ମହିଳାମାନେ ବସି ରହିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଇନ ପ୍ରଣେତାଙ୍କ ପାଇଁ ସରକାରୀ କଳର ଏଭଳି ତତ୍ପରତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଖାଲି କଥା ସେତିକିରେ ସରୁନି। ନୂତନ ସରକାର ଆସିବା ଦିନଠୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢି…

Read More