Author: TRUPTIMAYEE SAHOO

Potatoes truck: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି।  ଟ୍ରକ ଛାଡ଼ୁନି ଦିଦି ସରକାର ପୁଣି ବଢ଼ିବ ଆଳୁ ଦର। ଏବେ ବି ବଜାରରେ ଆଳୁପିଆଜ, ଅଦାରସୁଣ ଠୁ ନେଇ ପରିବାର ଦର ଉଚ୍ଚାରେ ଥିବା ବେଳେ ପୁଣି ଯଦି ଆଳୁ ଦର ବୃଦ୍ଧି ପାଏ ତାହା ଖାଉଟୀଙ୍କୁ ବେଶୀ ବାଧିବ। କାରଣ ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଓଡ଼ିଶାକୁ ଆଳୁ ପଠାଇବା ଉପରେ ପୁଣି କଟକଣା ଲାଗୁ କଲେ କି ମମତା ସରକାର। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍। ଆଳୁ ଗାଡ଼ିକୁ ଜଗି ରହିଛନ୍ତି…

Read More