Author: TRUPTIMAYEE SAHOO

ଶକ୍ତିଶାଳୀ ହେବ ନୌବାହିନୀ ଆହୁରି ଶକ୍ତିଶାଳୀ ହେବ ଭାରତର ନୌବାହିନୀ। ସେଥିପାଇଁ ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ(ରାଫେଲ-ଏମ) କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏନେଇ କ୍ୟାବିନେଟ ସୁରକ୍ଷା କମିଟି ସହ ଆଲୋଚନା ଜାରି ରହିଛି। ଜାନୁଆରିରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ। ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି ଆଲୋଚନା ହୋଇଛି, ତେଣୁ ଏଥିରେ ବେଶୀ ଡେରି ଲାଗିବ ନାହିଁ। ବହୁ ମୁଲଚାଲ ପରେ ବିମାନ ଦାମ କମାଇବାକୁ ଫ୍ରାନ୍ସ ସରକାର ରାଜି ହୋଇଛନ୍ତି। ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ (ରାଫେଲ-ଏମ) କିଣାଯିବ। ଏହାସହ  ତିନୋଟି ଅତିରିକ୍ତ ସ୍କର୍ପିନ ବୁଡ଼ାଜାହାଜ କିଣିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ହେବାକୁ…

Read More