Author: TRUPTIMAYEE SAHOO

ଲୁନା ନଦୀ ଶଯ୍ୟା ଜବରଦଖଲ ୧୮ ଏକର ଜମିରେ ହୋଇଛି ବେଆଇନ ନିର୍ମାଣ ଓଡ଼ିଶା ସରକାରଙ୍କୁ ଏନଜିଟି ଛାଟ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ବଡ଼ପାଳସ୍ଥିତ ଲୁନା ନଦୀ କୂଳରେ ୧୮ ଏକର ଜମିରେ ଲଗାତାର ଜବରଦଖଲ ହୋଇଥିବା ନେଇ ହୋଇଥିବା ଏକ ମାମଲାର ଶୁଣାଣି କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। କୋଲକାତାସ୍ଥିତ ଏନଜିଟିର ପୂର୍ବାଞ୍ଚଳ ଖଣ୍ଡପୀଠ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସଚିବ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ମାର୍ଶାଘାଇ ତହସିଲଦାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଟ୍ରିବ୍ୟୁନାଲ୍ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ସଦସ୍ୟ ସଚିବ ଏବଂ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଏସ୍ଇଆଇଏଏ)ର ସଦସ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଚଣ୍ଡୀଖୋଲରୁ ପାରାଦୀପ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ…

Read More