Author: TRUPTIMAYEE SAHOO

ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ ଶିଳ୍ପ ଓ ଅର୍ଥନୈତିକ ବିକାଶ ହେବ ରାଜ୍ୟ‌ରେ ବନ୍ଦର ଓ ଖଣି ପ୍ରକଳ୍ପ ହାତେଇବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍ ରାଜ୍ୟରେ ଆଉ ଏକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ରଖିଛି। ରାଜ୍ୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର ବିକାଶ କରିବାକୁ ଏହା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। କମ୍ପାନୀ ଏଭଳି ଏକ ସମୟରେ ଏହି ପ୍ରସ୍ତାବ ଦେଇଛି ଯେତେବେଳେ ଗାନ୍ଧମାର୍ଦ୍ଦନ ପର୍ବତରେ ଏହାର କାର୍ଯ୍ୟକଳାପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାସହିତ ଓଡ଼ିଶାରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଆମେରିକୀୟ ଅଦାଲତଙ୍କ ଅଭିଯୋଗ ସତ୍ତ୍ୱେ ଏଭଳି ଏକ ସମୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ପ୍ରକଳ୍ପ ଆଦାନୀ କରିବାକୁ ଯାଉଥିବା ଜଣାପଡ଼ିବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଦାନୀ କାହିଁକି? କୌଣସି ସ୍ଥାନୀୟ ସଂସ୍ଥାକୁ କାହିଁକି ନୁହେଁ? ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା…

Read More