Author: TRUPTIMAYEE SAHOO

ଦେଶରେ ଜିଡ଼ିପିରେ କୃଷିର ଅବଦାନ ୧୮% ଦେଶର ଜିଡିପିରେ କୃଷି କ୍ଷେତ୍ରର ଅବଦାନ ୧୮ ପ୍ରତିଶତ ରହିଛି । ବିଶେଷ କରି କୋଭିଡ୍ ସମୟରେ ସମଗ୍ର ବିଶ୍ୱ ଭାରତର କୃଷି କ୍ଷେତ୍ର ଅନ୍ୟ ଦେଶ ତୁଳନାରେ ଅଧିକ ମଜଭୁତ ବୋଲି ଜାଣିବାକୁ ପାଇଛି । ଏହି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି କ୍ଷେତ୍ର ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ଦିଗରେ ତାଙ୍କ ସରକାର କୌଣସି କାର୍ଯ୍ୟ ବାକି ରଖୁନାହାନ୍ତି । ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଗବେଷକଙ୍କ କାର୍ଯ୍ୟ କେବଳ…

Read More