Author: TRUPTIMAYEE SAHOO

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧରର ବାଲନୋଇ ଅଞ୍ଚଳରେ ମଙ୍ଗଳବାର ଦିନ ସେନାର ଏକ ଗାଡ଼ି ରାସ୍ତାରୁ ଖସି ପଡ଼ିବାରୁ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ମୁଖପାତ୍ର କୌଣସି ଆତଙ୍କୀ ଦୃଷ୍ଟିକୋଣକୁ ଅସ୍ୱୀକାର କରି କହିଛନ୍ତି ଯେ ଦୁର୍ଘଟଣାର କାରଣ ଅନୁସନ୍ଧାନ ଚାଲିଛି। ସମ୍ଭବତଃ ଡ୍ରାଇଭର ରାସ୍ତା କଡ଼ରେ ନିୟନ୍ତ୍ରଣ ହରାଇଥିଲେ ବୋଲି ସେ କହିଛନ୍ତି। ଗାଡିଟି ପ୍ରାୟ ୩୦୦ରୁ ୩୫୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟରେ ଥିବା ନୀଲମ ମୁଖ୍ୟାଳୟରୁ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିବା ୧୧ ମରାଠା ଲାଇଟ୍ ଇନଫେଣ୍ଟରୀର ଏକ ସେନା ଗାଡ଼ି ଘୋରା ପୋଷ୍ଟ ନିକଟରେ ଏକ ଖାଲକୁ ଖସିପଡ଼ିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।…

Read More