Author: TRUPTIMAYEE SAHOO

ମହାପ୍ରଭୁଙ୍କ କୃପାରୁ ମୋତେ ସୌଭାଗ୍ୟପ୍ରାପ୍ତ ହୋଇଥିଲା ଦଳ ଯେଉଁ ଦାୟିତ୍ୱ ଦେବ ଗ୍ରହଣ କରିବି ବିଦାୟୀ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ରାଜ୍ୟପାଳ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା। ଏହାପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି। ଗତକାଲି ରଘୁବସ ଦାସ ତାଙ୍କର ପଦବୀରୁ ଇସ୍ତଫା ଦେଇଥିଲେ। ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଥିଲେ। ମିଜୋରାମର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ଦେବା ପାଇଁ ଗତକାଲି ସନ୍ଧ୍ୟାରୁ କେନ୍ଦ୍ରରୁ ଜଣାଇ ଦିଆଯାଇଥିଲା। ଫଳରେ ଶ୍ରୀ ଦାସ ତାଙ୍କର ଝାଡ଼ଖଣ୍ଡ ଗସ୍ତ ବାତିଲ କରିଥିଲେ।। ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଥିଲେ। ରାଷ୍ଟ୍ରପତି ତାହାକୁ ଗ୍ରହଣ କରିଥିଲେ। ଗତ…

Read More