Author: TRUPTIMAYEE SAHOO

Odisha: ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମବାର ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ । ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି । ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ । ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତର ସାଂସ୍କୃତିକ ଏକତାକୁ ସୁଦୃଢ଼ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାର…

Read More