Author: TRUPTIMAYEE SAHOO

State Vaccine Store: ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ପାଇଲା ଏହି ସଫଳତା ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତାସମ୍ପନ୍ନ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି । ଟିକାର ଉପଯୁକ୍ତ ସଂରକ୍ଷଣ, କୋଲ୍‌ଡ ଚେନ୍‌ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍‌ଲାଇନ୍‌ ସଫ୍ଟୱୟାର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟିକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟିକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି । ସଠିକ କୋଲ୍‌ଡ ଚେନ୍‌ ବ୍ୟବସ୍ଥା ଏବଂ ଟିକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ…

Read More