Author: TRUPTIMAYEE SAHOO
Bhubaneswar New Station: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ । ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି। ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ । ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବା ଏହି ଟ୍ରେନ୍ ଗୁଡ଼ିକ ଭୁବନେଶ୍ୱର ଉତ୍ତର ଅଂଚଳ ଏବଂ ସଂଲଗ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ବିପୁଳ ଲାଭ ପ୍ରଦାନ କରିବ। ଏହି ଟ୍ରେନଗୁଡ଼ିକ ମଧ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନରେ ପ୍ରତ୍ୟେକ ଦୁଇ ମିନିଟ୍…
