Author: TRUPTIMAYEE SAHOO

Odisha Police: ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ଟି ନବନିର୍ମିତ ଥାନା ଗୃହର ଉଦ୍ଘାଟନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମିସନରେଟ ପୁଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଠାରେ   ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ସହିତ ଅନୁଗୁଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା  ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କମିଶନରେଟ ପୁଲିସ ଅନ୍ତର୍ଗତ  କଟକର ସିଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ  ଉଦଘାଟନ କରିଛନ୍ତି । ଏହି ଅବସରରେ ନବନିର୍ମିତ ନୟାପଲ୍ଲୀ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ…

Read More