Author: TRUPTIMAYEE SAHOO

Mineral Blocks: ଖଣିଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରି-ଏମ୍ବେଡେଡ୍ ମଞ୍ଜୁରୀ ସହ ଏହି ବ୍ଲକଗୁଡ଼ିକୁ ନିଲାମ କରାଯାଇଛି। ଦୀର୍ଘ ୨ ବର୍ଷ ଧରି ଲାଗି ରହିଥିବା କଟକଣାର ଅନ୍ତ ଘଟାଇ ରାଜ୍ୟ ସରକାର ପୁଣି ଥରେ ଖଣିଜ ଖଣିଗୁଡ଼ିକର ଇ-ନିଲାମ ଆରମ୍ଭ କରିଛନ୍ତି। ଲୁହାପଥର ଓ ମାଙ୍ଗାନିଜ ଖଣିକୁ ଲିଜ୍ ଦେବା ପାଇଁ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ଇ-ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ନିକଟରେ ଇସ୍ପାତ ଓ ଖଣି ବିଭାଗ ନିଲାମ ପାଇଁ ଅନୁମୋଦନ କରିଥିବା ୧୦ଟି ଖଣିଜ ବ୍ଲକ୍ ମଧ୍ୟରୁ ଏହି ୮ଟି ଖଣି ରହିଛି, ଯେଉଁଥିରେ ଅଧିକାଂଶ ଲୁହା ଓ ମାଙ୍ଗାନିଜ୍ ରହିଛି। ନିଲାମ ପାଇଁ ପ୍ରସ୍ତୁତ ହୋଇଥିବା ଖଣିଜ ବ୍ଲକଗୁଡ଼ିକ ମଧ୍ୟରେ ୪ଟି ଲୁହାପଥର, ଗୋଟିଏ ମାଙ୍ଗାନିଜ୍ ଏବଂ ଅନ୍ୟ ୩ଟି ମାଙ୍ଗାନିଜ୍ ଓ ଲୁହାପଥରର ମିଶ୍ରଣ ରହିଛି। ସେମାନଙ୍କ ମଧ୍ୟରୁ ୪ ଜଣ…

Read More