Author: TRUPTIMAYEE SAHOO
Munda tribe: ଆଦିବାସୀମାନଙ୍କୁ ସେମାନଙ୍କ ଜମି ଉପରେ ଧାର୍ମିକ ଏବଂ ପାରମ୍ପରିକ ଅଧିକାର ସୁରକ୍ଷିତ ରଖିବା ପାଇଁ ଏଫଆରଏ ଏବଂ ଏସସି ଆଦେଶପାଳନ କରିବାକୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ରେ ଚାଲିଥିବା ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମ ଯୋଗୁଁ ମୁଣ୍ଡା ଜନଜାତିସଦସ୍ୟଙ୍କ ପବିତ୍ର ଉପବପ ଓ ଶ୍ମଶାନ ଉପରେ ଆଇନଗତ ଅଧିକାର ଉଲ୍ଲଂଘନ ଘଟଣାରେ ହସ୍ତକ୍ଷେପ କରିବାକୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ), ୨୦୦୬ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବ୍ୟବସ୍ଥାକୁ ପାଳନ କରିବା ଏବଂ ଏହି ଆଇନ ଅଧୀନରେ ପବିତ୍ର ଉପବନ ଓ ସମାଧି ସ୍ଥଳକୁ ଗ୍ରାମସଭାର ପ୍ରବେଶ ଅଧିକାର ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ କହିଛି। ଏସଟିଆରର କେନ୍ଦ୍ରସ୍ଥଳରେ ଥିବା ଯମୁନାଗଡ଼ ଗ୍ରାମରୁ ସ୍ଥାନାନ୍ତରିତ ମୁଣ୍ଡା ଜନଜାତି ସଦସ୍ୟମାନେ ଅଭିଯୋଗ କରିଥିଲେ…
