What's Hot
Author: TRUPTIMAYEE SAHOO
MKCG: ସାଧାରଣ ହେଉ କି ବୈଷୟିକ ଶିକ୍ଷା କ୍ଷେତ୍ର, ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଶର ଅଧିକାଂଶ ରାଗିଂ ମାମଲା ସାମ୍ନାକୁ ଆସୁଛି। ଦେଶର ସବୁଠାରୁ ଅଧିକ ରାଗିଂ ଅଭିଯୋଗ ଆସୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି ଏମସିଏଚ୍) ଦେଶର ଶୀର୍ଷରେ ରହିଛି। ସେହିପରି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଛି। ସୋସାଇଟି ଏଗନେଷ୍ଟ ଭାଓଲେନ୍ସ ଇନ ଏଜୁକେସନ୍ (ସେଭ୍) ପକ୍ଷରୁ ସୋମବାର ପ୍ରକାଶିତ ୟୁଜିସିର ନ୍ୟାସନାଲ ଆଣ୍ଟି ରାଗିଂ ହେଲ୍ପଲାଇନରେ ୨୦୨୨ରୁ ୨୦୨୪ ମଧ୍ୟରେ ରୁଜୁ ହୋଇଥିବା ରାଗିଂ ଅଭିଯୋଗର ବିଶ୍ଲେଷଣରୁ ଜଣାପଡିଛି ଯେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ସାଧାରଣ ହେଉ କିମ୍ବା ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶର ଅଧିକାଂଶ ରାଗିଂ ମାମଲା ସାମ୍ନାକୁ ଆସୁଛି। ‘ଷ୍ଟେଟ୍ ଅଫ୍ ରାଗିଂ ଇନ୍ ଇଣ୍ଡିଆ ୨୦୨୨-୨୪’ରେ କୁହାଯାଇଛି ଯେ ମେଡିକାଲ କଲେଜ ମଧ୍ୟରେ ଏମକେସିଜି ଏମସିଏଚ୍…
