Author: TRUPTIMAYEE SAHOO

Myanmar earthquake : ସହାୟତା ପାଇଁ ଅପରେସନ ବ୍ରହ୍ମା ଆରମ୍ଭ କଲା ଭାରତ, ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଏକ ଏଜେନ୍ସି ଚେତାବନୀ ଦେଇଛି। ମେଘାଳୟ ଏବଂ ମଣିପୁର ସମେତ ଭାରତର କିଛି ଅଂଶ, ବାଂଲାଦେଶ, ବିଶେଷ କରି ଢାକା ଓ ଚଟ୍ଟୋଗ୍ରାମ ଏବଂ ଚୀନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୟଙ୍କର ଭୂମିକମ୍ପରେ ଥରି ଉଠିଛି ମିଆଁମାର। ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାର ଗୋଟିଏ ଦିନ ପରେ ଉଦ୍ଧାରକାରୀମାନେ ଖାଲି ହାତରେ ଭଗ୍ନାବଶେଷ ଦେଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ସହର ତଥା ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡଲେରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ମିଆଁମାରର ଜଣେ ସାମରିକ ନେତାଙ୍କ କହିବା ନୁଯାୟୀ ଅତି କମରେ ୬୯୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଏକ ଏଜେନ୍ସି ଚେତାବନୀ ଦେଇଛି।…

Read More