Author: TRUPTIMAYEE SAHOO

BJP: ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳିତ ଭୋଟବ୍ୟାଙ୍କକୁ ଆକୃଷ୍ଟ କରିବା ପାଇଁ ବିଜେପି ଏପ୍ରିଲ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଦଳିତ ନେତା ଡକ୍ଟର ବିଆର ଆମ୍ବେଦକରଙ୍କ ସ୍ମୃତିରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଦଳିତ ନେତା ଡକ୍ଟର ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ବିଜେପି ଏକ ଭବ୍ୟ ଉତ୍ସବର ଯୋଜନା କରିଛି। ଇଣ୍ଡିଆ ଟୁଡେ ଟିଭି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୫ରୁ ୧୦ ଦିନ ପର୍ଯ୍ୟନ୍ତ ଦଳ ସାରା ଦେଶରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି ଏବଂ ରାଜ୍ୟରେ ଏକ ପ୍ରମୁଖ ଭୋଟ୍ ବ୍ୟାଙ୍କ ଥିବା ଦଳିତଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଏକ ପ୍ରୟାସ ଭାବରେ ଦେଖାଯାଉଛି । ଆମ୍ବେଦକର ଜୟନ୍ତୀର ଗୋଟିଏ ଦିନ ପରେ ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲିବ ଏହି ବିଶାଳ ଆମ୍ବେଦକର…

Read More