Author: TRUPTIMAYEE SAHOO

CPM: ସିପିଆଇ(ଏମ୍)ର ଢାଞ୍ଚାରେ ଏଭଳି ପରିବର୍ତ୍ତନ ଏପରି ସମୟରେ ଆସିଛି ଯେତେବେଳେ ଦଳ ଦେଶର ବିଭିନ୍ନ ସ୍ଥାନରେ ନିଜର ଜନଭିତ୍ତି ହରାଇବା ସହ ସଂଘର୍ଷ କରୁଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ୍ ବ୍ୟୁରୋରେ ୮ ଜଣ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରକାଶ କରାତ, ବୃନ୍ଦା କରାତ ଓ ମାଣିକ ସରକାରଙ୍କ ସମେତ ବରିଷ୍ଠ ନେତାମାନେ ଇସ୍ତଫା ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ପଲିଟ୍ ବ୍ୟୁରୋର ନୂଆ ସଦସ୍ୟମାନଙ୍କ ମଧ୍ୟରେ ୟୁ ବାସୁକି, ବିଜୁ କ୍ରିଷ୍ଣନ, ମରିୟମ ଧୱଲେ, ଶ୍ରୀଦୀପ ଭଟ୍ଟାଚାର୍ଯ୍ୟ, ଅମରା ରାମ ଏବଂ କେ ବାଲକ୍ରିଷ୍ଣନ ରହିଛନ୍ତି। ପଲିଟ୍ ବ୍ୟୁରୋରୁ ଇସ୍ତଫା ଦେବା ପରେ ପ୍ରକାଶ କରାତ, ବୃନ୍ଦା କରାତ ଓ ମାଣିକ ସରକାରଙ୍କୁ ଦଳର କେନ୍ଦ୍ରୀୟ କମିଟିକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯିବ। ତାମିଲନାଡୁର ମଦୁରାଇଠାରେ ଚାଲିଥିବା ସିପିଆଇ(ଏମ୍)ର ୨୪ତମ ଦଳୀୟ କଂଗ୍ରେସରେ ଏହି ପରିବର୍ତ୍ତନ କରାଯାଇଛି। ସିପିଆଇ(ଏମ୍)ର ଢାଞ୍ଚାରେ ଏଭଳି ପରିବର୍ତ୍ତନ…

Read More