Author: TRUPTIMAYEE SAHOO

Supreme Court:  ବରିଷ୍ଠ ଆଇନଜୀବୀମାନେ ତୁରନ୍ତ କୌଣସି ରିଲିଫ୍ ପାଇଁ ଚାପ ନ ପକାଇ କେବଳ ଏହି ମାମଲାର ଉଲ୍ଲେଖ କରୁଛନ୍ତି ବୋଲି ଉଲ୍ଲେଖ କରିଥିବାବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ତାଲିକାଭୁକ୍ତ କରିବା ଏବଂ ଜରୁରୀ ଶୁଣାଣି ପାଇଁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯିବା ଆବଶ୍ୟକ। ଓ୍ଵାକଫ୍‍ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭିଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି, ଆମେ ଓ୍ଵାକଫ୍ ଆଇନକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ପିଟିସନ୍ ଦାଖଲ କରିଛୁ। ତାଙ୍କ ସହ ବରିଷ୍ଠ ଆଇନଜୀବୀ ସିଂଘଭି ଏହି ମାମଲାରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ। ତେବେ ପ୍ରଧାନ ବିଚାରପତି ତୁରନ୍ତ ଏହାର ଜବାବ ଦେଇ…

Read More