Author: TRUPTIMAYEE SAHOO

JEE Main: ଜେଇଇ ମେନରେ ଓଡ଼ିଶାର ଓମ୍ ପ୍ରକାଶ ବେହେରା ଏଆଇଆର୍-୧ ହାସଲ କରିଛନ୍ତି। ୨୦୨୫ ସେସନ-୨ରେ ଓମ୍ ପ୍ରକାଶ ୧୦୦ ପ୍ରତିଶତ ନମ୍ବର ରଖି ୨୪ ଜଣ ଶ୍ରେଷ୍ଠ ସ୍କୋରରଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥିଲେ। ସେ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଅଧ୍ୟୟନ ଟିପ୍ସ ସେୟାର କରିଛନ୍ତି। ଭାରତରେ ଜାତୀୟ ସ୍ତରର ପରୀକ୍ଷା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶାର ଛାତ୍ର ଓମ୍ ପ୍ରକାଶ ବେହେରାଙ୍କୁ ରବିବାର ସମ୍ମାନିତ କରାଯାଇଛି। ସମାଜର ସବୁ ବର୍ଗର ଲୋକଙ୍କ ଠାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ରାଜସ୍ଥାନର କୋଟାରେ ଆୟୋଜିତ ଏକ ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବ୍ୟକ୍ତିଗତ ଭାବେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରାରମ୍ଭିକ…

Read More