Author: TRUPTIMAYEE SAHOO

ନୂତନ ଅଧ୍ୟକ୍ଷଙ୍କ ପାଇଁ ଅଚଳାବସ୍ଥା ମଧ୍ୟରେ ,ଭାରତୀୟ ଜନତା ପାର୍ଟି ଜଣେ ମହିଳାଙ୍କୁ ତାଙ୍କର ପରବର୍ତ୍ତୀ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିବାର ସମ୍ଭାବନା ରହିଛି ।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଭାବରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ ରେ ଶେଷ ହୋଇଥିଲା, କିନ୍ତୁ ଦଳ ଲୋକସଭା ନିର୍ବାଚନ ମାଧ୍ୟମରେ ଏହାକୁ ପରିଚାଳନା କରିବା ପାଇଁ ତାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ବର୍ତ୍ତମାନ  ଦଳର ବରିଷ୍ଠ ନେତାମାନେ ବ୍ୟାପକ ଆଲୋଚନା କରୁଛନ୍ତି ।  ନିର୍ମଳା ସୀତାରମଣ, ଡି ପୁରନ୍ଦେଶ୍ୱରୀ ଏବଂ ବନତୀ ଶ୍ରୀନିବାସନଙ୍କ ପରି  ପ୍ରମୁଖ ମହିଳା ରାଜନେତାଙ୍କୁ ଶୀର୍ଷ ପଦବୀ ପାଇଁ ବିଚାର କରାଯାଉଛି।  ପ୍ରାର୍ଥୀମାନଙ୍କ ମଧ୍ୟରେ ଆଗୁଆ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଯିଏ ସମ୍ପ୍ରତି ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।…

Read More