Author: TRUPTIMAYEE SAHOO

ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରାଙ୍କ ସୂଚନା , ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂଜାର୍ଚ୍ଚନା ପରେ ସକାଳ ୧୦ଟାରେ ଖୋଲିବ ଗେଟ୍ । ସେହିପରି ଓଡ଼ିଶାରେ ଆହୁରି ୩ ଦିନ ବର୍ଷା ଜାରି ରହିବ, ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି । ରାଜ୍ୟରେ ଆହୁରି ତିନି ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଉତ୍ତର ଓଡ଼ିଶାର ଉପକୂଳ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଏହାର ଫଳସ୍ୱରୂପ ଓଡ଼ିଶାରେ ଆହୁରି ତିନିଦିନ ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ପୂର୍ବ ରାଜ୍ୟରେ ୭ ଜୁଲାଇ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଓଡ଼ିଶାର ଉତ୍ତର ଭାଗରେ ଅସ୍ଥିରତା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପ୍ରଭାବିତ…

Read More