Author: TRUPTIMAYEE SAHOO

ବଜାରରେ ବିକ୍ରି ହେଉଛି ‘ଡକ୍ଟରେଟ୍’ ଡିଗ୍ରୀ । ମୂଲ୍ୟ ବି ବେଶୀ ନୁହେଁ, ମାତ୍ର ୧୦୦ ଡଲାର। ହିସାବ କଲେ ୮୦୦୦ରୁ ୮୫୦୦ ଟଙ୍କା । ଏତିକି ଟଙ୍କା ଦେଲେ ଘରେ ଆସି ପହଞ୍ଚିବ ଡକ୍ଟରେଟ୍ ଡିଗ୍ରୀ । ଏଥିପାଇଁ ପାଠଶାଠ ଲୋଡ଼ା ନାହିଁ, ଗବେଷଣା ବି ଦରକାର ନାହିଁ । ଶିକ୍ଷାଗତ ଯୋଗ୍ୟତା ନ ଥିଲେ ବି ଚଳିବ, ଦଶମ ପାସ୍‌ କରିନଥିଲେ ମଧ୍ୟ ମିଳିଯିବ ‘ଡକ୍ଟରେଟ୍’ ଉପାଧ୍; ପୁଣି ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବିଶବିଦ୍ୟାଳୟରୁ। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ବେଶ୍ ପ୍ରଚାର ହେଉଛି, ବିଜ୍ଞାପନ ପ୍ରକାଶ ପାଉଛି । ମାତ୍ର କେହି ଏହାର ପ୍ରତିବାଦ କରୁନାହାନ୍ତି, ଓଲଟି ବିନା ପରିଶ୍ରମ ଓ ବିନା ପାଠରେ ନାମ ଆଗରେ ଡକ୍ଟରେଟ୍ ଲଗାଇବାକୁ ଲୋକ ଧାଡ଼ି ଲଗାଇଛନ୍ତି। ଗତ ମାସେ ମଧ୍ୟରେ ରାଜଧାନୀର ପାଖାପାଖି ୩୦୦ ଲୋକଙ୍କ ସହ ରାଜ୍ୟର ପ୍ରାୟ ୫୦୦ ଲୋକ ଏପରି ଡକ୍ଟରେଟ୍ ଡିଗ୍ରୀ…

Read More