Author: TRUPTIMAYEE SAHOO

ପାକିସ୍ତାନ ବିରୋଧରେ ନିକଟରେ ହୋଇଥିବା ସଂଘର୍ଷ ସମୟରେ ରୁଷିଆର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତ ପାଇଁ ଏକ ଢାଲ ପାଲଟିଛି । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତର ପ୍ରତିରକ୍ଷା କବଚର ସବୁଠାରୁ ବାହାର ସ୍ତର ଅଟେ ଏବଂ ଆକାଶ ଡିଫେନ୍ସ ସିଷ୍ଟମ ଓ ଏଲ-୭୦ ଆଣ୍ଟି-ଏୟାରକ୍ରାଫ୍ଟ ଗନ ସହିତ ମିଳିତ ଭାବେ ଏହା ପାକିସ୍ତାନର ଅଧିକାଂଶ ଆକ୍ରମଣକୁ ବିଫଳ କରିଦେଇଛି । ଏହି ପରିପ୍ରେକ୍ଷୀରେ ଭାରତରେ ଏକ ସାଧାରଣ ସହମତି ସୃଷ୍ଟି ହେଉଛି ଯେ କେବଳ ଏସ-୪୦୦ର ଅତିରିକ୍ତ ଅର୍ଡର ରୁଷିଆକୁ ଦେବା ଉଚିତ ନୁହେଁ, ବରଂ ଏସ-୫୦୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବା ଆଡ଼କୁ ମଧ୍ୟ ଆଗେଇ ଯିବା ଉଚିତ । କିନ୍ତୁ ସମସ୍ୟା ହେଉଛି ଯେ ରୁଷିଆ ଏପର୍ଯ୍ୟନ୍ତ ଦୁଇଟି ଏସ-୪୦୦ର ଡେଲିଭରୀ ଦେଇନାହିଁ । ବିଶେଷକରି ଏପରି ସମୟରେ ରୁଷିଆ ଏସ-୪୦୦ ଡେଲିଭରୀରେ ବିଳମ MRS। ଭାରତକୁ ସପ୍ଲାଏ କରିବାରେ ବିଳମ୍ବ କାହିଁକି…

Read More