Author: TRUPTIMAYEE SAHOO

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁକ୍ଳ ଛାଟ ମଧ୍ୟରେ ବିଶ୍ବବ୍ୟପୀ ସେୟାର ବଜାରଗୁଡ଼ିକ ଧରାସାୟୀ ଅବସ୍ଥାରେ। ଗତ ସପ୍ତାହର ଅନ୍ତିମ କାରବାର ଦିବସରେ ଆମେରିକା ଷ୍ଟକ୍ ବଜାରରେ ବଡ଼ ପତନ ଦେଖିବାକୁ ମିଳିଥିଲା। ସୋମବାର ଜାପାନ ସମେତ ଅନ୍ୟ ଏସୀୟ ବଜାରଗୁଡ଼ିକ ଧୀମା ରହିଛି । ବିଶ୍ୱର ଶ୍ରେଷ୍ଠ-୧୦ ୧୦୦ ଅରବପତିଙ୍କ ସମ୍ପତ୍ତିରେ ଦେଖିବାକୁ ମିଳିଛି ସୁନାମୀ। ଗତ ୨୪ ଘଣ୍ଟାରେ ଜେଫ୍ ବେଜୋସ୍‌ ସମ୍ପତ୍ତିରେ ୧୭ ବିଲିୟନ ଡଲାରରୁ ଅଧିକ ବା ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ହରାଇଛନ୍ତି ୪ ବିଲିୟନ ଡଲାର ବା ପ୍ରାୟ ୩୪,୦୦୦ କୋଟି ଟଙ୍କା। ବ୍ଳୁମ୍ବର୍ଗ ଅରବପତି ସୂଚକାଙ୍କର ସଂଶୋଧିତ ତଥ୍ୟକୁ ଦେଖିଲେ ବିଶ୍ବର ଶୀର୍ଷ ୧୦ ମହାଧନୀଙ୍କ ସମ୍ପତ୍ତିରେ ବୃହତ୍ ହ୍ରାସ ଦେଖିବାକୁ ମିଳିଛି। ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କଠାରୁ ଆରମ୍ଭ କରି ଦଶମ…

Read More