Author: TRUPTIMAYEE SAHOO

୧୯୪୭ ବ୍ରିଟିଶ ଔପନିବେଶିକ ଶାସନରୁ ସ୍ୱାଧୀନ ହେବା ପରେ ଦୁଇଟି ରାଷ୍ଟ୍ରରେ ବିଭାଜିତ ହୋଇ ଏକ ପରିବର୍ତ୍ତନଶୀଳ ସମୟ ଦେଇ ଗତି କରିଥିଲେ ଭାରତ ଏବଂ ପାକିସ୍ତାନ । ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ବ୍ୟକ୍ତିତ୍ୱଙ୍କ ନେତୃତ୍ୱରେ ଦୀର୍ଘ ବର୍ଷର ସଂଗ୍ରାମ ପରେ ଦୁଇ ଶତାବ୍ଦୀର ବ୍ରିଟିଶ ଶାସନରୁ ଭାରତ ମୁକ୍ତିଲାଭ କରିଥିଲା। ବ୍ରିଟିଶ ସଂସଦ ଦ୍ୱାରା ଗୃହିତ ଭାରତୀୟ ସ୍ୱାଧୀନତା ଅଧିନିୟମ ଆନୁଷ୍ଠାନିକ ଭାବରେ ଏହି ଔପନିବେଶିକ ଶାସନକୁ ସମାପ୍ତ କରିଥିଲା ଏବଂ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା। ଜବାହରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଯେଉଁ ଅବିସ୍ମରଣୀୟ “ଟ୍ରାଇଷ୍ଟ ୱିଥ୍ ଡେଷ୍ଟିନି” ଭାଷଣ ଦେଇଥିଲେ ତାହା ବ୍ରିଟିଶ ଶାସନର ପରିସମାପ୍ତିକୁ ବଜ୍ର କଣ୍ଠରେ ଘୋଷଣା କରିଥିଲା। ଏହି ମହାନ ସଂଗ୍ରାମରେ ବିଭିନ୍ନ ସାମାଜିକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ଦେଶର ଶିକ୍ଷିତ ଓ ଅଭିଜାତ ଗୋଷ୍ଠୀ କିନ୍ତୁ…

Read More