Author: TRUPTIMAYEE SAHOO

ଉତ୍ତର ପ୍ରଦେଶର ରାମ ମନ୍ଦିର ନିର୍ମାଣର ଇତିହାସକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ଆଇଆଇଟି ରୁଡ଼କୀକୁ ସାମିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିମାନଙ୍କ ଦ୍ୱାରା ନିର୍ମାଣ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ରାମ ଜନ୍ମଭୂମିର ଭୂମି ପୂଜନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ରାମ ମନ୍ଦିର ନିର୍ମାଣ, ରାମ ମନ୍ଦିର ପରିସର ନିର୍ମାଣ ଏବଂ ରାମ ମନ୍ଦିରର ପ୍ରତ୍ୟେକ ନିର୍ମାଣ ସ୍ଥଳରେ ବ୍ୟବହୃତ ବୈଷୟିକ ଓ କାରିଗରୀ ଦକ୍ଷତାର ବିସ୍ତୃତ ଅଧ୍ୟୟନ କରାଯାଇ ପାରିବ। ଭାରତର ଇଞ୍ଜିନିୟରମାନଙ୍କୁ ଏହି ନିର୍ମାଣର ଇତିହାସ ଏବଂ ଭୌଗୋଳିକ ଅବସ୍ଥା ବିଷୟରେ ଜ୍ଞାନ ପ୍ରଦାନ କରିବା ପାଇଁ ସେଂଟ୍ରାଲ ବିଲ୍ଡିଂ ଇନଷ୍ଟିଟ୍ୟୁଟ ସହିତ ଏକ ଚୁକ୍ତି କରାଯିବ। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ୨୦୨୫ ଡିସେମ୍ବର ସୁଦ୍ଧା ରାମ ମନ୍ଦିର ଏବଂ ରାମ…

Read More