Author: TRUPTIMAYEE SAHOO

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୭ ବର୍ଷ ପରେ ବେଜିଂ ଯାଇଥିଲେ। ଦ୍ୱିପାକ୍ଷିକ ସମ୍ବନ୍ଧକୁ ଅଧିକ ମଝବୁତ କରିବା ପାଇଁ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ପୂର୍ବରୁ ଟିଆନଜିନରେ ସେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଏହା ଦୁଇ ଦେଶର ସମ୍ବନ୍ଧକୁ ନୂଆ ଦିଗ ଦେବ ବୋଲି କୁହାଯାଉଛି। ଭାରତ ଏବଂ ଚୀନ୍‌ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ, କୈଳାସ ମାନସରୋବର ଯାତ୍ରା, ସୀମାପାର ବାଣିଜ୍ୟ କାରବାର ପୁଣିଥରେ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ ପାଇଛି। ମୋଦୀ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ବିଷୟରେ ଆଲୋଚନା କରି ଆତଙ୍କବାଦର ପ୍ରସଙ୍ଗ ଉଠାଇ ଥିଲେ। ଏହାକୁ ବିଶ୍ୱ ସମସ୍ୟା କହିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ସେ ଜିନପିଙ୍ଗଙ୍କୁ ସହଯୋଗ ମାଗିଥିଲେ। ଚୀନ୍‌ ରାଷ୍ଟ୍ରପତି…

Read More