Author: TRUPTIMAYEE SAHOO

ନେପାଳରେ କ୍ଷମତା ପରିବର୍ତ୍ତନ ହୋଇଛି । ନେପାଳର ଜେନ୍-ଜି ଓଲି ସରକାରକୁ କ୍ଷମତା ଛାଡ଼ିବାକୁ ବାଧ୍ୟ କରିଛନ୍ତି । ଯୁବ ବିଦ୍ରୋହକୁ ଦମନ କରି ନପାରି କେପି ଓଲିଙ୍କୁ ଇସ୍ତଫା ଦେଇ ଲୁଚିବାକୁ ପଡ଼ିଛି। ଏବେ ନେପାଳର ନିୟନ୍ତ୍ରଣ ସେନା ହାତରେ। କେବେ ନୂଆ ସରକାର ଆସିବ, ସସ୍ପେନ୍ସ ବଜାୟ ରହିଛି। ସୋସିଆଲ୍ ମିଡ଼ିଆ ବ୍ୟାନ୍ କରିବା ଓଲି ସରକାରକୁ ବହୁତ ମହଙ୍ଗା ପଡ଼ିଲା। କେପି ଓଲି ଟିକେ ବି ଭାବି ନଥିଲେ ଯେ ତାଙ୍କର ଏହି ଗୋଟିଏ ନିଷ୍ପତ୍ତିରୁ ସରକାର ଚାଲିଯିବ। କେବଳ ସରକାର ହିଁ ନୁହେଁ, ଏବେ ଓଲି ଏବଂ ତାଙ୍କର ମନ୍ତ୍ରୀମାନେ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି । ପୂର୍ବତନ ଉପ-ପ୍ରଧାନମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟା ଯାଇଛି । କେପି ଓଲି ଏବେ କେଉଁଠି ଲୁଚିଛନ୍ତି, କାହା ପାଖରେ କୌଣସି ଖବର ନାହିଁ। ଏବେ ପ୍ରଶ୍ନ ହେଉଛି ଯେ କଣ ସତରେ କେବଳ ସୋସିଆଲ୍ ମିଡ଼ିଆ…

Read More