Author: TRUPTIMAYEE SAHOO

ଭାରତର ସୁପ୍ରିମକୋର୍ଟ ଶୁକ୍ରବାର ଦିନ ସଂରକ୍ଷଣ ଏବଂ ସାମାଜିକ ଗତିଶୀଳତା ପ୍ରସଙ୍ଗରେ କଠୋର ପର୍ଯ୍ୟବେକ୍ଷଣ କରିଛନ୍ତି । ଶିକ୍ଷାଗତ ଏବଂ ଆର୍ଥିକ ଉନ୍ନତି ହାସଲ କରିଥିବା ପରିବାରଗୁଡ଼ିକ ଦ୍ୱାରା କୋଟା ଲାଭ ପାଇଁ ଜାରି ରହିଥିବା ଦାବି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଯେଉଁମାନଙ୍କର ପିତାମାତା ଉଭୟ IAS ଅଧିକାରୀ, ସେମାନଙ୍କ ପାଇଁ କୋଟାର ଆବଶ୍ୟକତା କ’ଣ? ସୁପ୍ରିମ କୋର୍ଟ କ’ଣ କହିଛନ୍ତି ସଂରକ୍ଷଣ ସମ୍ପର୍କରେ ମତାମତ ଦେବା ସମୟରେ, ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ , “ଶିକ୍ଷାଗତ ଏବଂ ଆର୍ଥିକ ପ୍ରଗତି ସାମାଜିକ ଗତିଶୀଳତା ଆଡକୁ ନେଇଥାଏ । ତେଣୁ, ଆର୍ଥିକ ଦୃଷ୍ଟିରୁ ସଶକ୍ତ ପରିବାରର ପିଲାମାନଙ୍କ ପାଇଁ ସଂରକ୍ଷଣ ଦାବି କରିବା ଉପଯୁକ୍ତ ନୁହେଁ । ଏହା ଏକ ପ୍ରସଙ୍ଗ ଯାହା ଆମକୁ ବିଚାର କରିବାକୁ ପଡିବ।” କୋର୍ଟ ଆହୁରି ଉଲ୍ଲେଖ କରିଛନ୍ତି ଯେ,’ଅନେକ ସରକାରୀ ନିର୍ଦ୍ଦେଶରେ ପୂର୍ବରୁ “କ୍ରିମି ଲେୟାର”…

Read More