What's Hot
Author: TRUPTIMAYEE SAHOO
ଅପରେସନ୍ ସିନ୍ଦୁର ପରେ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ୍ ସିନ୍ଦୁର ସମୟରେ ପଡ଼ୋଶୀ ଦେଶରେ କାର୍ଯ୍ୟରତ ଆତଙ୍କବାଦୀ ଶିବିରଗୁଡ଼ିକୁ ଯେପରି ଟାର୍ଗେଟ କରିଥିଲେ ତାହା ଆତଙ୍କବାଦୀମାନଙ୍କୁ ଭୟଭୀତ କରିଛି, ସେମାନଙ୍କୁ ସେମାନଙ୍କର ଆଡ୍ଡା ସ୍ଥାନାନ୍ତର କରିବାକୁ ବାଧ୍ୟ କରିଛି । ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଆଶ୍ରୟ ନେଉଛନ୍ତି । ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଛାଡି ଏଠାରେ ଆଡ୍ଡା ସ୍ଥାପନ କରୁଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକ ଏହି ପଦକ୍ଷେପ ନେଉଛନ୍ତି କାରଣ ଭାରତ ଅପରେସନ୍ ସିନ୍ଦୁର ସମୟରେ ଏହି ସଂଗଠନଗୁଡ଼ିକ ଉପରେ ଆକ୍ରମଣ କରିଥିଲା, ଯାହା ଫଳରେ ଯଥେଷ୍ଟ କ୍ଷତି ହୋଇଥିଲା। ପୂର୍ବରୁ, ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନ ଅଧିକୃତ କାଶ୍ମୀର…
