Author: TRUPTIMAYEE SAHOO

ନିର୍ବାଚନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ, ନିର୍ବାଚନ କମିଶନ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନ ଲଢ଼ି ନଥିବା ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP) ତାଲିକାରୁ ସେମାନଙ୍କୁ ବାଦ ଦେଉଛନ୍ତି । ଯେଉଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିଥିଲେ କିନ୍ତୁ ୨୦୨୧-୨୦୨୨ ରୁ ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ କମିଶନଙ୍କ ନିକଟରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରି ନାହାଁନ୍ତି, ସେମାନଙ୍କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। କମିଶନ କହିଛନ୍ତି ଯେ ୩୫୯ ରାଜନୈତିକ ଦଳ ୨୦୨୧-୨୦୨୨ ,୨୦୨୨ -୨୦୨୩ ରୁ ୨୦୨୩-୨୦୨୪ ବର୍ଷ ପାଇଁ ସେମାନଙ୍କର ବାର୍ଷିକ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିବାରେ ବିଫଳ ହୋଇଥିବା ଭାବରେ ଚିହ୍ନଟ କରାଯାଇଛି। ଏହି ୩୫୯ ଦଳଗୁଡ଼ିକୁ ତାଲିକାରୁ ବାଦ ଦିଆଯିବ । ତଥାପି, ଏହା ପୂର୍ବରୁ, ସମ୍ପୃକ୍ତ ରାଜ୍ୟ ସିଇଓଙ୍କ ମାଧ୍ୟମରେ ପ୍ରତ୍ୟେକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବ।…

Read More