Author: TRUPTIMAYEE SAHOO

ସଉଦୀ ଆରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ (ଏମବିଏସ) ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଏକ ପ୍ରତିରକ୍ଷା ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଗୋଟିଏ ଦେଶ ଉପରେ ଆକ୍ରମଣକୁ ଅନ୍ୟ ଦେଶ ଉପରେ ଆକ୍ରମଣ ବୋଲି ଗଣାଯିବ। ଏହି ଖବର ପରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକର ସମ୍ପର୍କ ପୁନର୍ବାର ଚର୍ଚ୍ଚା ପରିସରକୁ ଆସିଛି । ଯଦିଓ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଏହି ଚୁକ୍ତି ଅନୁଯାୟୀ ସଉଦୀ ଆରବକୁ ପରମାଣୁ କବଚ ମିଳିବ ନାହିଁ। ଏହା କେବଳ ପାକିସ୍ତାନ ପାଇଁ। ଆମେ ଅନ୍ୟ କୌଣସି ଦେଶକୁ ପରମାଣୁ ବୋମା ଦେଇ ପାରିବୁ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକର ସମ୍ପର୍କ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏପରି ପରିସ୍ଥିତିରେ ଉପଗାସରୀୟ ଦେଶଗୁଡ଼ିକ ମଧ୍ୟରେ ଭାରତ ପାଇଁ ସବୁଠାରୁ ବିଶ୍ୱସନୀୟ ଏବଂ…

Read More